କାଶ୍ମୀର ସୋପିଆନରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର : କାଶ୍ମୀରର ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି । ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୁଲିସର ଟିମ ମିଳିତ ଭାବେ ଏନକାଉଣ୍ଟର ଜାରି ରଖିଛନ୍ତି । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଭିଯାନ ଆରମ୍ଭ କରିଥିଲା ସୁରକ୍ଷା ବଳ । ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।