୮ ବର୍ଷ ଡେଟ ପରେ ବାହା ହେଲେ ନୟନତାରା ଓ ବିଗ୍ନେଶ

ଲାଲି ରଙ୍ଗର ଶାଢୀରେ ନୟନତାରା ଖୁବ୍‌ ସୁନ୍ଦର ଦିଶୁଥିଲେ…

ମୁମ୍ବାଇ: ସାଉଥ ଅଭିନେତ୍ରୀ ନୟନତାରା ଓ ନିର୍ଦ୍ଦେଶକ ବିଗ୍ନେଶ ଶିବମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଗ୍ନେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି । ନୟନତାରା ଓ ବିଗ୍ନେଶଙ୍କ ବିବାହ ଉତ୍ସବ ମହାବଲିପୁରମର ଲଗଜରୀ ରିସର୍ଟରେ ଅନୁଷ୍ଠିତ ହୋଇଛି । ଲାଲି ରଙ୍ଗର ଶାଢୀରେ ନୟନତାରା ଖୁବ୍‌ ସୁନ୍ଦର ଦିଶୁଥିଲେ । ଉକ୍ତ ବିବାହରେ ବଲିଉଡରୁ ଶାହରୁଖ ଖାନ୍‌ ଓ ବୋନୀ କପୁର ଉପସ୍ଥିତ ଥିବାବେଳେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ମଣିରତ୍ନମ, ରଜନୀକାନ୍ତ, ବିଜୟ ସେତୁପତି ଓ ଥଲପତି ବିଜୟ ସମେତ ଅନେକ ହସ୍ତି ସାମିଲ ଥିଲେ । ସୂଚନାଯୋଗ୍ୟ, ନୟନତାରା ଓ ବିଗ୍ନେଶ ୮ ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ । ପୁର୍ବରୁ ଉଭୟଙ୍କର ୨୦୨୧ରେ ନିର୍ବନ୍ଧ ହୋଇଥିଲା ।