କେମିତି ରୋକିବେ ବ୍ରଣ ସସମ୍ୟା

ମୁହଁରେ ଅଯଥାରେ କୌଣସି କ୍ରିମ୍, ମେକଅପ୍ ଲଗାନ୍ତୁ ନାହିଁ । ମୁହଁରେ ଅଧିକ ମେକଅପ୍ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଆଉ ମୁହଁରେ ବ୍ରଣ ବାହାରେ

ଯଦି ଆପଣ ମୁହଁରେ ମେକଅପ୍ ଲଗାଉଛନ୍ତି, ତେବେ ମେକଅପକୁ ଭଲ ଭାବରେ ଛଡାନ୍ତୁ । ମେକଅପ୍ ଛଡାଇବା ସମୟରେ ମେକଅପ୍ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରନ୍ତୁ

ମୁହଁରେ ଅଯଥାରେ କୌଣସି କ୍ରିମ୍ ଲଗାନ୍ତୁ ନାହିଁ । ଫାଷ୍ଟଫୁଡ୍, ଜଙ୍କଫୁଡଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।

ପ୍ରତିଦିନ ୭ରୁ ୮ ଘଂଟା ଶୁଅନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ସଠିକ୍ ସମୟରେ ନଶୋଇବା ମଧ୍ୟ ମୁହଁରେ ବ୍ରଣ ହେବାର ଏକ ପ୍ରମୁଖ କାରଣ

ମୁହଁରେ ସନସ୍କ୍ରିନ ବ୍ୟବହାର କରନ୍ତୁ, ଏହାଦ୍ୱାରା ତ୍ୱଚା ଭଲ ରହିଥାଏ । ଯଦି ତା ପରେ ବି ମୁହଁରେ ଅତ୍ୟଧିକ ବ୍ରଣ ବାହାରୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ