ଓଜନ ହ୍ରାସ ପାଇଁ ବ୍ୟାୟାମ କରିବା ସହିତ ପ୍ରତିଦିନ ଖାଲି ପେଟରେ ମେଥି ଖାଇବା ଲାଭଦାୟକ । ଏହା ପେଟରେ ବଢୁଥିବା ଚର୍ବିକୁ ହ୍ରାସ କରିପାରିବ । ଏଥିପାଇଁ ରାତିରେ ଏକ ଗ୍ଲାସ୍ ପାଣିରେ ପ୍ରାୟ ଏକ ଚାମଚ ମେଥି ମଞ୍ଜି ଭିଜାନ୍ତୁ । ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ।
ମେଥି ମଞ୍ଜିରେ ମିଳୁଥିବା ଉପାଦାନଗୁଡ଼ିକ ମେଟାବୋଲିଜିମ୍ ଶକ୍ତିକୁ ବୃଦ୍ଧି କରିପାରନ୍ତି । ନିୟମିତ ଭାବେ ମେଥି ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ହୋଇପାରେ । ମେଥି ମଞ୍ଜିରୁ ଫାଇବର ମଧ୍ୟ ମିଳିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ ।