ଶାଗୁ ପଣାର ଲାଭଦାୟକ ଗୁଣ ଜାଣନ୍ତୁ…

ଶାଗୁ ପଣା ଅତି ସ୍ୱାଦିଷ୍ଟ । ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ପାଣି ନିଅନ୍ତୁ । ପ୍ରଥମେ ଶାଗୁକୁ ୨ରୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖି ଦିଅନ୍ତୁ । ଏହା ଭଲ ଭାବରେ ଭିଜିଗଲା ପରେ ଶାଗୁକୁ ପାଣିରୁ ଛାଣି ଅନ୍ୟ ପାତ୍ରରେ ରଖନ୍ତୁ। ପରେ ଦହିକୁ ଏକ ପାତ୍ରକୁ ଆଣି ଭଲ କରି ଗୋଳାନ୍ତୁ।

ପରେ ସେଥିରେ ଅଳ୍ପ ମିଶିର ପାଣି ପକାନ୍ତୁ । ପରେ ତାକୁ କିଛି ସମୟ ଗୋଳାନ୍ତୁ। ଏହାପରେ ସେଥିରେ ଶାଗୁ, ମିଶିରି, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର, ବେଦନା, କାଜୁ, ଆଲମଣ୍ଡ, ଚେରି, କଦଳି, ସେଓ, ଦହି, ଗୋଲମରି ଗୁଣ୍ଡ ପକାଇ ହାଲକା ଭାବରେ ଚକଟି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଶାଗୁ ପଣା