ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍‌ରୁ ଆଦାୟ କରିଥିବା ୨୦ ରନ୍ ଶେଷରେ ଫଳାଫଳରେ ଫରକ ପକାଇଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍‌ରେ ସୀମିତ ରହିଯାଇଥିଲା। ଫଳରେ ଏହି ମୁକାବିଲାକୁ ୨୦ ରନରେ ଜିତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍।

ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରାରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯିବା ପରେ ରଚିନ ରବୀନ୍ଦ୍ରଙ୍କ ସାଥ୍ ଦେଇଥିଲେ ଋତୁରାଜ ଗାଏକ୍ୱାଡ।