‘ବଡେ ମିୟାଁ ଛୋଟେ ମିୟାଁ’: ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣା

ମୁମ୍ବାଇ: ସିନେମା ହଲରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ଆକ୍ସନ୍‌ ଥ୍ରିଲର ‘ବଡେ ମିୟାଁ ଛୋଟେ ମିୟାଁ’ । ସିନେମା ହଲକୁ ଅଧିକରୁ ଅଧିକ ଦର୍ଶକଙ୍କୁ ଆଣିବା ପାଇଁ ପ୍ରୟୋଜନା ସଂସ୍ଥା ପକ୍ଷରୁ ‘ଗୋଟିଏ ଟିକେଟ୍‌ କିଣିଲେ ଆଉ ଗୋଟିଏ ଟିକେଟ୍‌ ମାଗଣା’ ଯୋଜନା ଆରମ୍ଭ କରାଯାଇଥିଲା ।

ପ୍ରଥମ ଦିନରୁ ଚଳଚ୍ଚିତ୍ରଟିକୁ ଦର୍ଶକମାନେ ପସନ୍ଦ କରିଛନ୍ତି । ଦିନକୁ ଦିନ ଚଳଚ୍ଚିତ୍ରଟି ଅଧିକରୁ ଅଧିକ ଲୋକପ୍ରିୟତା ଲାଭ କରୁଛି । ସିନେମାଟି ଭଲ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି । ପ୍ରଯୋଜନା ସଂସ୍ଥାର ନୂଆ ସୂତ୍ରଟି ସଫଳ ହୋଇଛି ବୋଲି ଯାହା କୁହାଯାଉଛି; ତାହା କିୟଦାଂଶ ସତ ।

କାହାଣୀ ଓ ଅଭିନେତା ଅଭିନେତ୍ରୀଙ୍କ ଚୟନ ଚଳଚ୍ଚିତ୍ରଟିକୁ ଧମାକାଦର କରିଛି ବୋଲି ଦର୍ଶକମାନେ କହୁଛନ୍ତି। ଚଳଚ୍ଚିତ୍ରରେ ମନଭରି ହସିବାର ଖୋରାକ ରହିଛି । ଚଳଚ୍ଚିତ୍ରଟିର ସୁଟିଂ ଆବୁଧାବି, ଜୋର୍ଡାନ, ଭାରତ, ବ୍ରିଟେନ ଓ ସ୍କଟଲାଣ୍ଡରେ ହୋଇଛି ।

ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲୀ ହସନ ଜାଫର । ଇୟେ ସେହି ଜାଫର ଯେ ‘ସୁଲତାନ’ ଓ ‘ଟାଇଗର ଜିନ୍ଦା ହୈ’ର ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରରେ ସୋନାକ୍ଷୀ ସିହ୍ନା ଓ ମାନୁଷି ଚିଲ୍ଲାରଙ୍କୁ ଦେଖିବାକୁ ମିଳୁଛି ।