ତେନ୍ତୁଳିର ଉପକାରିତା ବିଷୟରେ ଜାଣନ୍ତୁ…

ଖଟାମିଠା ସ୍ୱାଦ ପାଇଁ ଜଣାଯାଉଥିବା ତେନ୍ତୁଳିର ବ୍ୟବହାର ଅଧିକାଂଶ ସ୍ଥାନରେ ଚଟଣି, ସସ୍‌‌ ସହ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମାତ୍ର ଖାଦ୍ୟର ସ୍ୱାଦକୁ ବଢାଇବା ସହ ଏହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ଲାଭକାରୀ ଗୁଣ ରହିଛି।

ତେନ୍ତୁଳିରେ ଆଣ୍ଟି-ଅକ୍ସିଡାଣ୍ଟ ଶରୀରକୁ ଭିତରୁ ଶୀତଳତା ପ୍ରଦାନ କରିଥାଏ। ଖରାଦିନେ ତେନ୍ତୁଳି ସରବତ ପିଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଏହାକୁ ପିଇବା ଦ୍ୱାରା ତ୍ୱଚାରେ ବ୍ରଣ, ବିିଭିନ୍ନ ପ୍ରକାର ଦାଗ ଦୂର ହୋଇଥାଏ।

ତେନ୍ତୁଳି ଶରୀରକୁ ଭିତରୁ ସଫା ରଖିବା ସହ ଅପରିଷ୍କାର ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ତେନ୍ତୁଳି ସରବତ ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ। ଜଳର ଅଭାବ ପୂରଣ ହେଉଥିବାରୁ ଜଳୀୟଅଂଶର ମାତ୍ରା ଶରୀରରୁ ହ୍ରାସ ହୋଇନଥାଏ।