ଖରାଦିନ ଆରମ୍ଭ ହେବା ମାତ୍ରା ବେଲପଣା ସମସ୍ତେ ପିଅନ୍ତି। ଏହା ଶରୀରକୁ ହାଇଡ୍ରେଡ୍ ରଖିବା ସହ କୋଷ୍ଠ-କାଠିନ୍ୟ,ଗ୍ୟାସ୍, ବଦହଜମି ଓ ଥକ୍କାପଣ ଭଳି ସମସ୍ୟା ଦୂର ହୋଇଯାଏ। ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ରାମବାଣ ସଦୃଶ। ତେବେ, ଆସନ୍ତୁ ଜାଣିବା ବେଲପଣା ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଲପଣା କେବଳ ପେଟ ନୁହେଁ, ବରଂ ଶରୀରକୁ ଭିତରୁ ଥଣ୍ତା ରଖିଥାଏ। ଏବଂ ଇନଷ୍ଟାଂଟ୍ ଏ-ନର୍ଜି ଦେଇଥାଏ। ବେଲରେ ଫାଇବାର, ପ୍ରୋଟିନ୍, ଆଇରନ୍ ଓ ପୁଷ୍ଟିକର ତଥ୍ୟ ଭରପୂର ମାତ୍ରାରେ ମିଳିଥାଏ।
ଡାଇରିଆ: ଗ୍ରୀଷ୍ମ ଋତୁରେ ଡାଇରିଆ ରୋକିବା ପାଇଁ ବେଲକୁ ମଧ୍ୟ ପଣା କରି ପିଇପାରିବେ।
ଶରୀରକୁ ଥଣ୍ଡା ରଖିବାର ସାହାଯ୍ୟ କରେ: ଗ୍ରୀଷ୍ମରେ ଶରୀରରୁ ବାରମ୍ବାର ଝାଳ ବୋହିବା କାରଣକୁ ଶରୀରରୁ ଜଳୀୟ ଅଂଶ କମିଯାଏ। ହେଲେ ବେଲପଣା ଶରୀରକୁ ଜଳ ଯୋଗାଇବାରେ ସାହାଯ୍ୟ କରେ। ଯାହା ଆପଣଙ୍କୁ ଦିନ ସାରା ସତେଜ ରଖିବ।

ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ: ବେଲପଣା ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ। ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଚର୍ମକୁ ସୁସ୍ଥ ସହ ଉଜ୍ଜଳ କରିବାରେ ସହାୟକ ହୁଏ।
ହାର୍ଟ ପାଇଁ ବରଦାନ: ବେଲପଣା ନିୟମିତ ଭାବେ ସେବନ କଲେ କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ମହିଳାଙ୍କ ପାଇଁ ବେଶ୍ ଉପଯୋଗୀ – ପ୍ରସବ ପରେ କ୍ଷୀର ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏବଂ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ୱ ଯୋଗାଇ ଥାଏ।
ଏମିତି ପ୍ରସ୍ତୁତ କରନ୍ତୁ ବେଲପଣା: ବେଲପଣା ତିଆରି କରିବା ବହୁତ୍ ସହଜ।
ବେଲ ଭିତରୁ ମଞ୍ଜି ବାହାର କରି ପ୍ରଥମେ ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି, ଗୋଲମରିଚ ଗୁଣ୍ଡ, ଗୁଜୁରାତି, ନଡିଆ କୋରା, ମନ ପସନ୍ଦର କିଛି କଟାଯାଇଥିବା ସତେଜ୍ ଫଳ, ଡ୍ରାଏ ଫ୍ରୁଟ୍ସ, ଛେନା, କଦଳୀ ଓ ଗୁଡ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ବେଲପଣା।