ନଡ଼ିଆ ପାଣିର ଉପକାରିତା ବିଷୟରେ ଜାଣିବା

ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଏହା ଗରମ ଦିନରେ ବହୁତ ଆରାମ ଦେଇଥାଏ , କିନ୍ତୁ ଜାଣିଛନ୍ତି କି ଏହାକୁ ପିଇବାର ସଠିକ ସମୟ କଣ ? ଗରମ ଦିନରେ ଥଣ୍ଡା ପିଇବାର ମଜା ହିଁ କିଛି ଅଲଗା ହୋଇଥାଏ, ଯେମିତିକି ନଡ଼ିଆର ପାଣି।

ନଡ଼ିଆ ପାଣି ପିଇବାର ଫାଇଦା ତ ଜାଣିଛନ୍ତି, ସେ ପେଟକୁ ଥଣ୍ଡା କରିବା ସହିତ ଶରୀରକୁ ଆରାମ ମଧ୍ୟ ଦେଇଥାଏ । ଏହା ସହିତ ସେ ଜଳ ଶୂନ୍ୟତାକୁ ଦୂର କରିଥାଏ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ ।

ଯାହା ବି ହେଉ ଗରମ ଦିନରେ ଆମେ ଅଧିକ ନଡ଼ିଆ ପାଣି ସେବନ କରିଥାଉ, କିନ୍ତୁ ନଡ଼ିଆ ପାଣି କିଛି ଲୋକଙ୍କ କ୍ଷତି ମଧ୍ୟ କରିଥାଏ । ସଠିକ ସମୟରେ, ସଠିକ ଉପାୟରେ ଏବଂ ସଠିକ ପରିମାଣରେ ନଡ଼ିଆ ପାଣି ପିଇବା ଆବଶ୍ୟକ ।