ଏନଏବିଏଚ ମାନ୍ୟତା ମିଳିଥିବା ଏମ୍ସ, ନାଗପୁର ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶର ସମସ୍ତ ଏମ୍ସ ମଧ୍ୟରେ ଏମ୍ସ, ନାଗପୁର ଏନଏବିଏଚ ମାନ୍ୟତା ପାଇବାରେ ପ୍ରଥମ ହୋଇଥିବାରୁ ଏମ୍ସ, ନାଗପୁର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏମ୍ସ ନାଗପୁରର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହି ସଫଳତା ପାଇଁ @AIIMSNagpur ଟିମକୁ ଶୁଭେଚ୍ଛା । ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହା ଏକ ମାନକ ସ୍ଥାପିତ କରିପାରିଛି ।”