ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ରିଲିଜ୍କୁ ଅପେକ୍ଷା କରିଥିବା ଦର୍ଶକମାନଙ୍କ ପାଇଁ ଖୁସି ଖବର। ରଣବୀର କପୁରଙ୍କ ଅଭିନୀତ ‘ରାମାୟଣ: ପାର୍ଟ ୱାନ୍’ର ରିଲିଜ୍ ତାରିଖକୁ ନେଇ ବଡ ଚର୍ଚା। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଭାରତରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିଲିଜ୍ ହେବାକୁ ଯାଉଛି। ପୂର୍ବରୁ ନିର୍ମାତା ସିନେମାଟି ଚଳିତବର୍ଷ ନଭେମ୍ବର ୮ରେ ରିଲିଜ୍ ହେବ ବୋଲି ସୂଚନା ଦେଇଥିବା ବେଳେ ଏବେ ନଭେମ୍ବର ୫ରେ ମୁକ୍ତିଲାଭ କରିପାରେ।
ସିନେମାଟିରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ଅଭିନେତା ରଣବୀର କପୁର। ମାତା ଜାନକୀଙ୍କ ଭୂମିକା ନିଭାଇଛନ୍ତି ଦକ୍ଷିଣ ସୁନ୍ଦରୀ ସାଇ ପଲ୍ଲବୀ। ସେହିପରି ରାବଣ ଚରିତ୍ରରେ କନ୍ନଡ ସୁପରଷ୍ଟାର ୟଶ୍, ହନୁମାନଙ୍କ ଚରିତ୍ରରେ ସନି ଦେଓଲ ଓ ଲକ୍ଷ୍ମଣଙ୍କ ଚରତ୍ରରେ ରବି ଦୁବେଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଚଳଚ୍ଚିତ୍ରକୁ ଦୁଇଟି ଭାଗରେ ରିଲିଜ୍ କରାଯିବ। ଏହାର ପ୍ରଥମ ଭାଗ ୨୦୨୬ରେ ଏବଂ ଦ୍ୱିତୀୟ ଭାଗ ୨୦୨୭ରେ ଆସିବାର ଯୋଜନା ରହିଛି। ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବାବେଳେ ଏବେ ସମସ୍ତଙ୍କ ନଜର ଆନୁଷ୍ଠାନିକ ଘୋଷଣା ଉପରେ ରହିଛି ।