ବିଭିନ୍ନ ପଂଚାୟତରେ ମନ୍ତ୍ରୀଙ୍କ ମାରାଥନ ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ପୋଲସରା ବ୍ଲକ ଅଧୀନ ମଥୁରା, ଜା ଡ଼େଙ୍ଗାପଦର ପଞ୍ଚାୟତ ରେ ଗୁରୁବାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଶହ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଥୁରା ଗ୍ରାମରେ ୪ ଗୋଟି ଭୋଗ ମଣ୍ଡପ ଗୃହ କୁ ଉଦଘାଟନ କରିଥିଲେ। ଠିକ ସେହିପରି ମର୍ଦରାଜ ପୁର ରେ କୋଠ ଘର ଉଦଘାଟନ ଓ ଜାଡ଼େଙ୍ଗାପଦର ରେ ଅଙ୍ଗନବାଡି ଗୃହ ସହ ସ୍ୱାସ୍ଥ୍ୟ ଉପକେନ୍ଦ୍ରକରିବା ସହ ଲୋକମାନେ ଭତ୍ତା ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନ ରେ ବଡ଼ ପଂକଳବାଡି ଛକ ଠାରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତା ଲାଗି (ଦଶ ମାଇଲ ଠାରୁ ବଣ ରାମଚନ୍ଦ୍ର ପୁର ), ଗୋଛାବାଡି ପଂଚାୟତ ର ପାଲବା ଠାରୁ ଚାଞ୍ଚରାପଲ୍ଲୀ ରାସ୍ତା, ପାଣ୍ଡିରୀପଡା ପଞ୍ଚାୟତ ର କାଞ୍ଜିଅମା ରାସ୍ତା, ଓ ରାମ୍ପୁଡ଼ି ରାସ୍ତା ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରମୁଖ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ପ୍ରଦୀପ ବେହେରା, ସନ୍ତୋଷ ବାରିକ,ମଥୁରା ମଣ୍ଡଳ ସଭାପତି କୃଷ୍ଣ ଜେନା, ଯୁବନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ, ପୀତବାସ ପ୍ରଧାନ, ରଘୁନାଥ ଭୂୟାଁ,ମନୁ ଗୌଡ, ରଞ୍ଜନ ସାହୁ ସମେତ ବିଜେପିର ବହୁ କର୍ମକର୍ତା ଉପସ୍ଥିତ ଥିଲେ। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌  ।