ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ଦାୟିତ୍ବରେ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ବର : ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ମେ’ ୨୯ ତାରିଖରେ ଶେଷ ହୋଇଯାଇଛି। ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇନାହିଁ। ଫଳରେ ପ୍ରଫେସର ଲାଲ ରାଜ୍ୟପାଳ ଦାୟିତ୍ବରେ ରହିଛନ୍ତି। ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ବୋଲି ରାଜଭବନ ସୂତ୍ରରୁ ଜଣାପଡିଛି।

ସାଧାରଣତଃ କୌଣସି ରାଜ୍ୟପାଳଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଥାଏ। ଯେଉଁଠି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇନଥାଏ, ସେଠାରେ କାର୍ଯ୍ୟକାଳ ଶେଷ ପରେ ମଧ୍ୟ ସଂପୃକ୍ତ ରାଜ୍ୟପାଳ ଦାୟିତ୍ବ ସମ୍ଭାଳିଥାନ୍ତି। ସେହି କ୍ରମରେ ରାଜ୍ୟପାଳ ପ୍ରଫେସର ଲାଲ ଓଡ଼ିଶାର ରାଜ୍ୟପାଳ ଦାୟିତ୍ବ ତୁଲାଇବେ।