ପଇଡ଼ ପାଣିରେ ଲାଭ ଦାୟିକ ଗୁଣ ଜାଣନ୍ତୁ….

ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍‌-ସି, ଏନ୍‌ଜାଇମ୍‌, ବି-କମ୍ଲେକ୍ସ ସହିତ ଅନ୍ୟ …

ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍‌-ସି, ଏନ୍‌ଜାଇମ୍‌, ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କେବଳ ଖରାଦିନେ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇ ପାରିବେ। ଲୋକମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କୁ ଆଜିଠାରୁ ପଇଡ଼ ପାଣି ପିଇବା ଆରମ୍ଭ କରିବା ଦରକାର । ଏହାକୁ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ ।

ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢ଼ିବା ଦ୍ୱାରା ହୃଦୟ ସହ ଜଡ଼ିତ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଡାଏଟ୍‌ରେ ପଇଡ଼ ପାଣିକୁ ପିଅନ୍ତୁ । ଏହା ଫ୍ୟାଟ୍‌ ଫ୍ରି ହୋଇଥିବାରୁ ଖୁବ୍‌ ଶୀଘ୍ର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଏହି ଅସୁବିଧାରୁ ତୁରନ୍ତ ରକ୍ଷା ପାଇବା ପାଇଁ ପଇଡ଼ ପାଣି ପିଇବା ବ୍ୟବହାର କରନ୍ତୁ ।