ତ୍ୱଚାକୁ ଉଜ୍ୱଳ ରଖିବା ପାଇଁ ବ୍ୟବହାର କରନ୍ତୁ, ଏହି ସବୁ ନିୟମ

ଲୋକେମାନେ ବଜାରରୁ ଅନେକ ଦାମୀ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର….

ଲୋକେମାନେ ବଜାରରୁ ଅନେକ ଦାମୀ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରିବା ସହିତ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟରେ ଉପଚାର ମଧ୍ୟ କରନ୍ତି। ହେଲେ ଏହାଦ୍ବାରା କାହାକୁ ସୁଫଳ ମିଳେ ତ କାହାକୁ ମିଳେନି। ଆଉ କାହା କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ତ୍ବଚା ଅବସ୍ଥା ଆହୁରି ବିଗିଡ଼ିଯାଏ। ତେବେ ଏପରି କିଛି ଖାସ୍‌ ଘରୋଇ ଉପାୟ ଅଛି, ଯାହାକୁ ଆପଣାଇଲେ ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ତ୍ୱଚାର ଅନେକ ସମସ୍ୟା ଦୂର ହୋଇ ତ୍ବଚାରେ ଚମକ ଆସିଥାଏ।

ଗୋରା ହେବା ପାଇଁ କ୍ଷୀର ସବୁଠୁ ଅଧିକ ଲାଭଦାୟକ ହୋଇଥାଏ। ଗୋଟିଏ କଦଳୀକୁ କ୍ଷୀରରେ ଚକଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଶୁଖିଗଲା ପରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ। ସପ୍ତାହକୁ ୨/୩ ଥର ଏପରି କଲେ ମୁହଁ ଉଜ୍ଜ୍ୱଳ ଦିଶିବା ସହ କୋମଳ ହୋଇଥାଏ। ବେସନ କ୍ଷୀର, ଲେମ୍ବୁରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ।