ରସୁଣ ଓ ମହୁର ଉପକାରିତା ବିଷୟର ଜାଣନ୍ତୁ

ଏହା ଓଜନ ହ୍ରାସ୍‌ କରିବାରେ ବଢ଼ିଆ କାମ କରେ…..

ଶରୀରର ଓଜନ ବଢ଼ିଲେ ପ୍ରାୟ ସମସ୍ତେ ଚିନ୍ତାରେ ପଡ଼ିଯା’ନ୍ତି। ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାନ୍ତି। କିଏ ଖାଇବା ନିୟନ୍ତ୍ରଣ କରନ୍ତି ତ ଆଉ କିଏ ଏହା ସହିତ ବ୍ୟାୟାମ କରନ୍ତି। ଓଜନ କମାଇବା ପାଇଁ ଆପଣ ଜଙ୍କ୍ ଫୁଡ୍‌ରୁ ଦୂରେଇ ରହିବା ସହିତ ପ୍ରତିଦିନ ବ୍ୟାୟାମ ମଧ୍ୟ କରନ୍ତୁ।

ତେବେ ତା’ସହିତ କଞ୍ଚା ରସୁଣ ଓ ମହୁ ମଧ୍ୟ ଖା’ନ୍ତୁ। ଏହା ଓଜନ ହ୍ରାସ୍‌ କରିବାରେ ବଢ଼ିଆ କାମ କରେ। ଏ ଦୁଇଟି ଜିନିଷକୁ ଆପଣ ଓଜନ କମାଇବା ପାଇଁ କିପରି ବ୍ୟବହାର କରିବେ। ୩ରୁ ୪ କୋଲା ରସୁଣ ନିଅନ୍ତୁ। ରସୁଣର ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗୋଟିଏ ଛୋଟ କପ୍‌ରେ ମହୁ ନେଇ ଏଥିରେ କାଟି ରଖିଥିବା ରସୁଣକୁ ପକାନ୍ତୁ।ଏହି ମିଶ୍ରଣକୁ ରାତିରେ ପ୍ରସ୍ତୁତ କରି ରଖନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ।