ଲେମ୍ବୁ ସ୍ୱାଦ ବଢାଇବା ସହ ଖରାଦିନେ ଶରୀରରେ ଅନେକ ଲାଭ ପହଞ୍ଚାଇ ଥାଏ। ଲେମ୍ବୁ ଶରୀର ପାଇଁ ଉପକାରୀ ଅଟେ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଲେମ୍ବୁ ଖାଇବା ଦ୍ୱାରା ଶରୀରର କ୍ଷତି ବିଷୟରେ କେହି ଜାଣି ନଥାନ୍ତି। ଆସନ୍ତୁ ଜାଣିବା ଲେମ୍ବୁ ଖାଇବା ଦ୍ୱାରା କି କ୍ଷତି ହୋଇଥାଏ।
ସାଧାରଣ ଏକ ଲେମ୍ବୁ ରସର ଅଧିକ ପାନ କରିବା ଦ୍ୱାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଷ୍ଟ୍ର ଦ୍ୱାରା ପିଅନ୍ତୁ। ଏହାଦ୍ୱାରା ଦାନ୍ତ ଉପରେ ସିଧା ସଳଖ ପ୍ରଭାବ ପଡିପାରେ ନାହିଁ। ଯେଉଁ ବ୍ୟକ୍ତିମାନଙ୍କର ଗ୍ୟାସ୍ଟିକ୍ ହେଉଥିବା ସେମାନେ ଲେମ୍ବୁ ଖାଇବା ଅନୁଚିତ। କାରଣ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ଏସିଡର ମାତ୍ରା ବଢିଯାଏ।
ଫାଷ୍ଟଫୁଡ ଖାଇ ସାରିବା ପରେ ହଜମ ପାଇଁ ଲେମ୍ବୁ ଖାଇବାକୁ ପଡିଥାଏ। କାରଣ ଲେମ୍ବୁରେ ଥିବା ଏସିଡ ହଜମ କରିବାରେ ସାହାଯ୍ୟ କରିଥାଏ। ବେଳେବେଳେ ପେଟ ଖରାପର ମୁଖ୍ୟ କାରଣ ମଧ୍ୟ ଲେମ୍ବୁ ହୋଇଥାଏ। ତେଣୁ ଖାଇବା ପରେ ଲେମ୍ବୁ ନ ଖାଇ ଖାଦ୍ୟ ସହ ମିଶାଇ ଖାଆନ୍ତୁ।