ବିଜୟର ସ୍ୱାଦ ଛାଖିପାରୁନି ମୁମ୍ବାଇ

ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣରେ ୩୩ ତମ ମ୍ୟାଚ୍‌ ଖେଳାଯାଇଥିବା ମୁମ୍ବାଇ ବିଜୟର ସ୍ୱାଦ..

ମୁମ୍ବାଇ : ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣରେ ୩୩ ତମ ମ୍ୟାଚ୍‌ ଖେଳାଯାଇଥିବା ମୁମ୍ବାଇ ବିପକ୍ଷରେ ଚେନ୍ନାଇ ସୁପର ୩ ୱିକେଟରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ମୁମ୍ବାଇ ୨୦ ଓଭରରେ ୭ ୱିକେଟ ହରାଇ ୧୫୫ ରନ୍‌ କରିଥିଲା । ଏହାର ଜବାବରେ ଚେନ୍ନାଇ ୭ଟି ୱିକେଟ୍‌ ହରାଇ ୧୫୬ ରନ କରି ବିଜୟ ହାସଲ କରିନେଇଛି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇ ୭ଟି ମ୍ୟାଚ ଖେଳିସାରିଥିବା ବେଳେ କୌଣସି ଗୋଟିଏ ମ୍ୟାଚ ଜିତିପାରିନାହିଁ । ସେହିପରି ମୁମ୍ବାଇ ସପ୍ତମ ପରାଜୟ ସହ ଦଳ ସର୍ବନିମ୍ନ ସ୍ଥାନରେ କାଏମ ରହିଛି । ଚେନ୍ନାଇ ବିପକ୍ଷରେ ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଈଶାନ୍‌ କିଶନ ପ୍ରଥମ ଓଭରରେ ଆଉଟ୍‌ ହୋଇଥିବା ବେଳେ କେହି ଖାତା ବି ଖୋଲିବାରେ ସକ୍ଷମ ହୋଇ ପାରିନଥିଲେ ।