ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ: ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ

ବାଲିଗୁଡା,(ସାକ୍‌ସୀ ନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ,ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓ଼ମ ଭବାନୀ ଓଆର-୧୨ବି-୧୯୫୬ ରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରେ ୧୫ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଆଖ ପାଖ ସ୍ଥାନୀୟ ଲୋକେ ଜାଣିବା ପରେ ଆମ୍ବୁଲାନ୍ସ କୁ ଡକାଇ ବାଲିଗୁଡା ମେଡିକାଲ କୁ ଆଣି ଭର୍ତ୍ତୀ କରି ଚିକିତ୍ସା ଅବ୍ୟାହତ ରହିଛି l ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ କନ୍ଧମାଳ l