ସେଓ ଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣମାନେ ଏହାକୁ ନିହାତି ଭାବରେ ଖାଇବା ଆରମ୍ଭ କରିବେ । କିନ୍ତୁ ସେଓ ଫଳ ଖାଇବା ବେଳେ ତା’ର ଚୋପାକୁ ନ କାଟି ଚୋପା ସହ ଖାଇବାର ଅଭ୍ୟାସ କରନ୍ତୁ । ଯାହାଦ୍ୱାରା ସେଓଫଳ ଚୋପାରେ ଥିବା ପୋଷକ ଆପଣଙ୍କ ଶରୀରକୁ ମିଳି ପାରିବ ।
ସେଓ ରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ । ଯାହା ସ୍ମରଣ ଶକ୍ତିକୁ ସକ୍ରିୟ କରି ରଖିଥାଏ । ସେଥିପାଇଁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ । ଦେଶରେ ଅଧାରୁ ଅଧିକ ଲୋକ କର୍କଟ ରୋଗର ଶିକାର ହେଉଛନ୍ତି । ସେଥିପାଇଁ ପ୍ରତିଦିନ ସେଓ ଫଳ ନିହାତି ଖାଇବା ଦରକାର । ଏଥିରେ କ୍ୟାଲସିୟମ,ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫ୍ଲାଭୋନଏଡ୍ର ଗୁଣ ରହିଥାଏ । ଯାହା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱକୁ ବଢ଼ିବାକୁ ଦେଇ ନଥାଏ ।