ସିନ୍ଧୁଙ୍କୁ ସାଧାରଣ କଏଦୀଙ୍କ ପରି ମିଳୁଛି ସେବା

Sindhu gets services like ordinary prisoners

ଚଣ୍ଡିଗଡ : ପଟିଆଲା ସେଣ୍ଟ୍ରାଲ ଜେଲ୍‌ରେ ସିଦ୍ଧୁଙ୍କୁ ଏକ କୋଠରୀରେ ଆଲର୍ଟ କରାଯାଇଛି । ଯେଉଁଥିରେ ତାଙ୍କ ସହିତ ଜେଲରେ ଅଛନ୍ତି ଦୁଇ ପୁଲିସ କର୍ମୀ ଓ ଦୁଇଜଣ ସାଧାରଣ ନାଗରିକ । ଯେଉଁମାନେ ନିଜ ଅପରାଧ ପାଇଁ କାଟୁଛନ୍ତି କାଳକୋଠରୀ ସଜା । ସବୁଠାରୁ ବଡ଼ କଥା ହେଲା ରାଜନୀତିରେ ସିଦ୍ଧୁଙ୍କ ଚରମ ବିରୋଧୀ କୁହାଯାଉଥିବା ସିରୋମଣୀ ଅକାଳୀ ଦଳର ନେତା ବିକ୍ରମ ସିଂହ ମଜିଠିଆ ଏବେ ଜେଲରେ ସିଦ୍ଧୁଙ୍କ ପଡେ଼ାସୀ ।

ସିଦ୍ଧୁଙ୍କୁ ଯେଉଁ କୋଠରୀ ମଳିଛି ସେଇ ପାଖରେ ରହୁଛନ୍ତି ବିକ୍ରମ । ଅନ୍ୟପକ୍ଷରେ କ୍ରିକେଟରରୁ ନେତା ଓ ମନ୍ତ୍ରୀ ହୋଇଥିବା ସିଦ୍ଧୁଙ୍କୁ ଏବେ ଜେଲରେ ମିଳୁଛି ସାଧାରଣ କଏଦୀଙ୍କ ପରି ସେବା । ତାଙ୍କୁ ଦିଆଯାଇଛି ପଗଡ଼ି, କମ୍ବଳ ସହ ତିନି ସେଟ ଅଣ୍ଡରୱେୟାର, ଜୋତା, ତଉଲିଆ, ମସାରୀ ଓ ଚାଦର । ତା ସାଙ୍ଗକୁ ୪ଟି କୁର୍ତ୍ତା ଓ ପାଇଜାମା ସହ ଦୁଇଟି ତକିଆ କଭର ବି ଦିଆଯାଇଛି ।