ଆଖୁ ରସର ଲାଭ ଦାୟିକ ଗୁଣ ଜାଣନ୍ତୁ…

ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ…

ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ ରସ। ଆପଣ ଯଦି ଓଜନ ହ୍ରାସ ଡାଏଟ୍‌ରେ ଅଛନ୍ତି ତେବେ ସେଥିରେ ଆଖୁ ରସ ନିଶ୍ଚୟ ପିଅନ୍ତୁ । ଏହାକୁ ପିଇଲେ ଆଶାତୀତ ଫଳ ମିଳିଥାଏ। ଆଖୁରେ ପ୍ଲାବୋନଏଡ୍‌ସ ଓ ପଲିଫେନୋଲିକ୍‌ ପରି ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ୍‌ ରହିଛି। ଯାହାକି ଅକ୍ସିଡେଭିଟ୍‌ ଷ୍ଟ୍ରେସ୍‌କୁ ହ୍ରାସ କରାଏ। ଆଖୁ ରସ ଫଳରେ ଶରୀର ସୁସ୍ଥ ରହେ।

ଏହି ଜୁସ୍‌ରେ କ୍ୟାଲୋରି ଖୁବ୍‌ କମ୍‌ ରହିଛି। ମୁଖ୍ୟତଃ ଏହା ବେଲି ଫ୍ୟାଟ୍‌ କମାଇବାରେ ବିଶେଷ ସହାୟତା ହୋଇଥାଏ। ଏହା ଇମ୍ୟୁନୋ ସିଷ୍ଟମ୍‌କୁ ସବଳ କରିବା କାରଣରୁ ବ୍ୟକ୍ତିକୁ ସୁସ୍ଥ ରଖେ। କିଡ୍‌ନି ଓ ଲିଭର୍‌ ବି ଆଖୁ ରସ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।