ସ୍ବାସ୍ଥ୍ୟ ଭଲ ରହିବ ପାଇଁ ଅଳେଇଚ ଵ୍ୟଵହାର କରନ୍ତୁ….

ଅଳେଇଚ ଖାଇବାରେ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକିଲାଭଦାୟକ।….

ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚାହା ପିଇଥିବେ ଏବଂ ଏହା ସହିତ ହାଲୁଓ୍ବା ଏବଂ କ୍ଷୀରିରେମଧ୍ୟ ଅଳେଇଚର ସ୍ବାଦ ଚାଖିଥିବେ। ଅଳେଇଚ ଖାଇବାରେ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକିଲାଭଦାୟକ। ଆପଣ ଠିକ୍ ସମୟ ପୂର୍ବରୁ ଅଳେଇଚ ଖାଇ ରୋଗର ପ୍ରଭାବକୁ କମ୍ କରିପାରିବେ।

ପ୍ରତିଦିନ ଗରମ ପାଣି ସହିତ ଅଳେଇଚ ଖାଇବା ଫଳରେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତିମିଳିଥାଏ। କେତେକ ଲୋକ ପ୍ରାୟ ପେଟ ସମ୍ବନ୍ଧୀୟସମସ୍ୟା ଭୋଗିଥାନ୍ତି। ପେଟ ଠିକ୍ ନ ରହିବା କାରଣରୁ ବାଳ ଝଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସକାଳେ ଖାଲି ପେଟରେ ଗୋଟିଏ ଅଳେଇଚ ନଖଉଷୁମ ପାଣିରେ ଖାଆନ୍ତୁ।

ଲୋକେମାନେ ଦିନ ସାରା କଠିନ ପରିଶ୍ରମ କଲେ ସୁଦ୍ଧା ରାତିରେ ନିଦହୋଇନଥାଏ। ନିଦ ଭଲ ହେବା ପାଇଁ ଲୋକମାନେ ଔଷଧ ଖାଇଥାନ୍ତି। ଯାହା ଦ୍ବାରା ଶରୀରରେ କ୍ଷତିକାରକପ୍ରଭାବ ପଡ଼ିଥାଏ। ପ୍ରାକୃତିକ ଉପାୟରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଳେଇଚକୁ ଗରମ କରି ପାଣି ସହ ଖାଆନ୍ତୁ ।