ମେଷ: ମେଷ: ମିଶ୍ରିତ ଫଳ ପାଇବେ। ଘନିଷ୍ଠ ଲୋକଙ୍କ ସହାୟତା ପାଇବେ। ଗୁରୁତ୍ୱପୂର୍ଣ୍ଣ କାମ ଆରମ୍ଭ କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ରୋଧ କରନ୍ତୁ ନାହିଁ। ବ୍ୟବସାୟ ଯଥାରୀତି ଚାଲିବ। ନୂଆ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ସ୍ୱାସ୍ଥ୍ୟ ଏକପ୍ରକାର ଭଲ ରହିବ। ଶୁଭ ରଙ୍ଗ ବାଦାମୀ। ଭାଗ୍ୟବାନ ନମ୍ବର ୬।
ବୃଷ: ଘରକୁ ଅତିଥି ଆସିପାରନ୍ତି। ପତିଆରା ବଜାୟ ରଖିବେ। ପୁଞ୍ଜି ଖଟାଇବା ପୂର୍ବରୁ ବିଚାର କରନ୍ତୁ। ନକରାତ୍ମକ କଥା ମନକୁ ବିଚଳିତ କରିପାରେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରରେ ତାଳମେଳ ରକ୍ଷା କରନ୍ତୁ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଧଳା ଓ ଭାଗ୍ୟବାନ ନମ୍ବର ୭।
ମିଥୁନ: ଶାରିରୀକ ଓ ମାନସିକ ସ୍ତରରେ ସୁଦୃଢ଼ ରୁହନ୍ତୁ। ଉପସ୍ଥିତ ବୁଦ୍ଧି ବଳରେ ଆକସ୍ମିକ ସମସ୍ୟାର ସମାଧାନ କରିଦେବେ। ଉଧାର ଟଙ୍କା ଫେରି ପାଇପାରନ୍ତି। ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନର ପରିସ୍ଥିତି ଅନୁକୂଳ ରହିବ। ଶୁଭ ରଙ୍ଗ ଜାମୁକୋଳି। ଭାଗ୍ୟବାନ୍ ନମ୍ବର ୯।
କର୍କଟ: ଗ୍ରହ ସ୍ଥିତି ଅନୁକୂଳ ରହିବ। ସାମାଜିକ ପ୍ରତିଷ୍ଠା ଲାଭ କରିପାରନ୍ତି। ଆଚରଣ ଓ ଉଚ୍ଚାରଣ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନକୁ ପ୍ରାଥମିକତା ଦିଅନ୍ତୁ। ଡାଇବେଟିସ୍ ଅବା ରକ୍ତଚାପ ପ୍ରତି ସତର୍କ ରୁହନ୍ତୁ। ଶୁଭ ରଙ୍ଗ ଗେରୁଆ। ଭାଗ୍ୟବାନ ନମ୍ବର ୩।
ସିଂହ: ପସନ୍ଦ ମୁତାବକ କାମ କରନ୍ତୁ। ଅଯଥା ସମୟ ନଷ୍ଟ କରନ୍ତୁନି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ପୁଞ୍ଜି ଖଟାଇ ପାରନ୍ତି। ବୈବାହିକ ଜୀବନ ସୁଖପ୍ରଦ ରହିବ। ନିୟମିତ ଯୋଗ କରନ୍ତୁ। ମନକୁ ଶାନ୍ତ ରଖନ୍ତୁ। ଶୁଭ ରଙ୍ଗ କମଳା। ଭାଗ୍ୟବାନ ନମ୍ବର ୫।
କନ୍ୟା: ମଉଜ ମଜଲିସ୍ କରିପାରନ୍ତି। ନୂତନ କର୍ମନିଯୁକ୍ତି ପାଇପାରନ୍ତି। ସାମାଜିକ ପ୍ରତିଷ୍ଠା ଲାଭ କରିପାରନ୍ତି। ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଅତିରିକ୍ତ କାମ ଚାପ ପଡ଼ିପାରେ। ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁନି। ଶୁଭ ରଙ୍ଗ ଗେରୁଆ। ଭାଗ୍ୟବାନ୍ ନମ୍ବର ୮।
ତୁଳା: ଘର ଓ ବ୍ୟବସାୟ ପ୍ରତି ଦୃଷ୍ଟି ଦିଅନ୍ତୁ। ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ। ବିବେକାନୁମୋଦିତ କାମ କରନ୍ତୁ। ସମୟକୁ ଅପେକ୍ଷା କରନ୍ତୁ। ଆପୋଷ ଆଲୋଚନା ଜରିଆରେ ସମସ୍ୟା ଦୂର କରନ୍ତୁ। ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ଶୁଭ ରଙ୍ଗ ସବୁଜ। ଭାଗ୍ୟବାନ ନମ୍ବର ୭।
ବିଛା: ସବୁ କାମକୁ ସୁଚାରୂ ରୂପେ ତୁଲାଇ ନେବେ। କିଛି ଶୁଭ ଖବର ପାଇପାରନ୍ତି। ଅଟକି ଯାଇଥିବା ପୁରୁଣା କାମ ଆଗକୁ ଗଡ଼ିବ। ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ। ଅଟକି ଯାଇଥିବା କାମ ସହଜରେ ସଂପନ୍ନ ହେବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଠିକ ବୁଝାମଣା ରହିବ। ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ। ଶୁଭ ରଙ୍ଗ ଲାଲ। ଭାଗ୍ୟବାନ୍ ନମ୍ବର ୯।
ଧନୁ: ବନ୍ଧୁବାନ୍ଧବଙ୍କ ସହିତ ସଂପର୍କ ଦୃଢ଼ ରଖନ୍ତୁ। ଛାତ୍ରଛାତ୍ରୀ ମନୋରଞ୍ଜନ ପ୍ରତି ମନ ବଳାଇବେ। ସାଙ୍ଗସାଥୀ ଅବା ପିଲାଙ୍କ ପ୍ରତି ସତର୍କ ଦୃଷ୍ଟି ରଖନ୍ତୁ। ଟଙ୍କା ଉଧାର ଦିଅନ୍ତୁନି। କର୍ମଜୀବୀ ଅତିରିକ୍ତ ଦାୟିତ୍ୱ ମୁଣ୍ଡାଇ ପାରନ୍ତି। ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ। ଶୁଭ ରଙ୍ଗ ଧଳା। ଭାଗ୍ୟବାନ୍ ନମ୍ବର ୫।
ମକର: ଉଧାର ଟଙ୍କା ଫେରିପାଇବା ଭୁଲି ଯାଆନ୍ତୁ। ତିକ୍ତ ସଂପର୍କକୁ ପଛକୁ ପକାଇ ଦିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅଧିକ ସମୟ ଦିଅନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜୀବନସାଥୀ ଓ ପରିବାର ଆପଣଙ୍କ ପାଦରେ ପାଦ ମିଳାଇ ଚାଲିବେ। ଶୁଭ ରଙ୍ଗ ହଳଦିଆ। ଭାଗ୍ୟବାନ୍ ନମ୍ବର ୧।
କୁମ୍ଭ: ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଦୀର୍ଘସ୍ଥାୟୀ କାମ ଆରମ୍ଭ କରିପାରନ୍ତି। ବିବାହିତା ପତି ଅବା ପତ୍ନୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ଅବା ମହିଳାଙ୍କ ପ୍ରତି ଦୁର୍ବଳତା ପ୍ରକାଶ କରନ୍ତୁନି। କାହାକୁ ଠକାମିରେ ପକାନ୍ତୁ ନାହିଁ। ଶୁଭ ରଙ୍ଗ ବାଦାମୀ ଓ ଭାଗ୍ୟବାନ ନମ୍ବର ୫।
ମୀନ: ସମସ୍ୟାରୁ ସହଜରେ ମୁକୁଳି ଯିବେ। ବ୍ୟବସାୟରେ ଲାଭ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। କ୍ୟାରିୟର ନୂଆ ମୋଡ ନେଇପାରେ। ବୈବାହିକ ଜୀବନରେ ଅବିଶ୍ୱାସକୁ ପ୍ରଶ୍ରୟ ଦିଅନ୍ତୁନି। ମାନସିକ ଚାପଗ୍ରସ୍ତ ହୋଇପାରନ୍ତି। ଗୁରୁଜନଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରନ୍ତୁନି। ଶୁଭ ରଙ୍ଗ ସବୁଜ। ଭାଗ୍ୟବାନ ନମ୍ବର ୬।