ଥଣ୍ଡାରେ ପିଲାଙ୍କ ଗଳା ଦରଜ ରହିବା ସହ କାନ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଥଣ୍ଡାଦିନରେ ହସ୍ପିଟାଲର ଇଏନ୍ଟି ବିଭାଗରେ ରୋଗୀଙ୍କ ସଂଖ୍ୟା ବଢ଼ିଯାଏ । ବିଶେଷ କରି ୬ ମାସରୁ ୨ ବର୍ଷର ଶିଶୁଙ୍କ ପାଇଁ ଥଣ୍ଡାଦିନଟି ଭାରି ଭୟଙ୍କର । ଥଣ୍ଡା ସଂକ୍ରମଣରେ ପିଲାଙ୍କ କାନ ପରଦା ଫାଟିଯିବାର ଭୟ ରହିଛି । ତେଣୁ ବାପାମା’ ଥଣ୍ଡା କବଳରୁ ପିଲାକୁ ରକ୍ଷା କରିବା ଉଚିତ ।
ଡାକ୍ତରମାନେ କହନ୍ତି, ଥଣ୍ଡା ଦିନରେ ପିଲାଙ୍କୁ ସହଜରେ ଥଣ୍ଡା ସଂକ୍ରମଣ କରିଥାଏ କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାନ୍ତି । ୫ରୁ ୧୦ ବର୍ଷର ପିଲାଙ୍କୁ ଥଣ୍ଡାରୋଗ ହେବାର ଭୟ ରହିଛି । ଥଣ୍ଡା ପ୍ରଭାବରେ ପିଲାମାନେ ଶ୍ରବଣ ଶକ୍ତି ହରାଇ ପାରନ୍ତି ।ଥଣ୍ଡାକୁ ସାମାନ୍ୟ ମଣି ବାପାମା’ ପିଲାର ସ୍ୱାସ୍ଥ୍ୟ ପ୍ରତି ସତର୍କ ନରହିଲେ, ତାହା ପିଲାଟିର ମସ୍ତିଷ୍କକୁ କ୍ଷତି କରିଥାଏ ।