Miracle of Banana Peel: କଦଳୀ ଚୋପା କମାଲ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଟୟଲେଟ୍ ଭାରତୀୟ ହେଉ କି ପାଶ୍ଚାତ୍ୟ । ସେଗୁଡ଼ିକ ସଫା ରଖିବା ଜରୁରୀ । ଟୟଲେଟ୍ ସଫା ସୁତରା ରଖିବା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ କାମ, ନୁହେଁ କି? ବିଶେଷ କରି ଭାରତୀୟ ଟୟଲେଟ୍ ସଫା କରିବା ବଡ଼ ଜଟିଳ ।
ସମସ୍ତେ ବଜାରରୁ ମହଙ୍ଗା କେମିକାଲଯୁକ୍ତ କ୍ଲିନର କିଣି ଟୟଲେଟ୍ ସଫା କରି ପାରନ୍ତିନି ।
ତେବେ ଆମେ ଆପଣଙ୍କୁ ଏପରି ଏକ ଉପାୟ ଜଣାଇବୁ ଯାହା ଆପଣଙ୍କ ପକେଟକୁ ସୁହାଇବ । ମାତ୍ର ଏକ ଟଙ୍କିଆ ସାମ୍ପୋ ଆଉ କିଛି କଦଳୀ ଚୋପା ଦରକାର ।
ବାସ୍ ଏହି ଦୁଇଟି ଉପାଦାନକୁ ବ୍ୟବହାର କରି ଆପଣ ଘରେ ଟୟଲେଟ୍ ଚକ୍ ଚକ୍ କରିପାରିବେ ।
କଦଳୀ ଖାଇବା ପରେ ତା’ ଚୋପାକୁ ବାହାରେ ଫିଙ୍ଗି ଦେଉଛନ୍ତି, ଆଉ ଫିଙ୍ଗନ୍ତୁ ନାହିଁ ।
କିଛି କଦଳୀ ଚୋପାକୁ ଛୋଟ ଛୋଟ କରି ଛିଣ୍ଡାଇ ଦିଅନ୍ତୁ । ସେଗୁଡ଼ିକୁ ଗ୍ରାଇଣ୍ଡରରେ ପେସି ଦିଅନ୍ତୁ ।
ପେସିଥିବା କଦଳୀ ଚୋପାରସକୁ ଗୋଟିଏ ଗିନାରେ ରଖି ଦିଅନ୍ତୁ । ସେଥିରେ ଅଳ୍ପ ପାଣି ମିଶାନ୍ତୁ ଯାହା ଗାଢ଼ା ହୋଇ ରହିବ ।
ଏବେ ଏକ ଟଙ୍କିଆ ସାମ୍ପୋ ଆଣନ୍ତୁ, ତାକୁ କଦଳୀ ଚୋପାରସରେ ଫେଣ୍ଟି ଦିଅନ୍ତୁ । ମିଶ୍ରଣକୁ ଭଲ କରି ଗୋଳାଇ ଦିଅନ୍ତୁ ।
ଏବେ ସେହି ମିଶ୍ରଣକୁ ଟୟଲେଟ୍ ଉପରେ ଧିରେ ଧିରେ ଢାଳନ୍ତୁ । ବ୍ରସ୍ ସାହାଯ୍ୟରେ ଟୟଲେଟ୍ ଭିତର ବାହାର ସଫା କରନ୍ତୁ ।