ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନଧାନ୍ୟ

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାନ୍ତି। ….

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାନ୍ତି। ପରେ ଏହାକୁ ଘରର କେଉଁ କୋଣରେ ରଖି ଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଉଥାଉ। କିନ୍ତୁ ଦର୍ପଣକୁ ଠିକ୍‌ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗୁରୁତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିଲେ ଧନ ସମ୍ପତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିଲେ କେଉଁ ସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ।


୧ ଘରର ଉତର ଦିଗରେ ଆଇନା ଲଗାଇବା ଶୁଭ ହୋଇଥାଏ। ଉତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇବା ଦ୍ୱାରା ଘରେ ଧନ ସମ୍ପତି ବୃଦ୍ଧି ହୋଇଥାଏ।
୧ ଉତର ଦିଗ ବ୍ୟତିତ ପୂର୍ବଦିଗରେ ଆଇନା ଲଗାଇଲେ ଶୁଭ ହୋଇଥାଏ। ଏହା ଦ୍ୱାରା ଘର ଉପରେ ସକାରତ୍ମକ ପ୍ରଭାବ ବଢ଼ିଥାଏ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
୧ ଘରର ଉତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ। ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ। ଉତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
୧ ସକାଳେ ଉଠି ଆଇନାରେ ମୁହଁ ଦେଖିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।