Polythene free Bhubaneswar: ପଲିଥିନ କବଳରୁ ମୁକୁଳିପାରୁନି ଭୁବନେଶ୍ୱର
Polythene free Bhubaneswar: ପଲିଥିନ କବଳରୁ ମୁକୁଳିପାରୁନି ଭୁବନେଶ୍ୱର ।
ଭୁବନେଶ୍ୱର ମହାନଗର ନିଗମ ଏବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ପଲିଥିନ ବ୍ୟବହାର ପ୍ରତି କଟକଣା ଲଗାଇବାକୁ ଉଦ୍ୟମ କରୁଛି ।
ସରକାରଙ୍କ ପଲିଥିନ ବାରଣ ଆଦେଶନାମାକୁ ମାନୁନାହାନ୍ତି ଜନତା, ବେପାରୀ ଓ ପଲିଥିନ ନିର୍ମାତା ।
ଦିନକୁ ଦିନ ପଲିଥିନ ବ୍ୟବହାର ବୃଦ୍ଧି ପାଉଛି । ବିଏମସି ଅଧିକାରୀମାନେ ଦୋକାନଗୁଡ଼ିକରେ ଧରପଗଡ଼ କରୁଛନ୍ତି । ପେଟି ପେଟି ପଲିଥିନ ଜବତ କରୁଛନ୍ତି । ପଲିଥିନ ବ୍ୟାଗ ବିକାଳିଙ୍କ ନିକଟରୁ ଜରିମାନା ଆଦାୟ କରୁଛନ୍ତି । ମାତ୍ର ପଲିଥିନ ବ୍ୟବହାର କମୁନି ।
ସରକାର ପଲିଥିନର ଏକକ ବ୍ୟବହାର ପ୍ରତି ଗୁରୁତ୍ୱାରୋପ କରୁଛନ୍ତି । ସରକାରଙ୍କ ଆକସ୍ମିକ ଧରପଗଡ଼ କିଛିଦିନ ପାଇଁ ଦୋକାନୀ ଓ ଲୋକଙ୍କ ମନରେ ଭୟ ସଂଚାର କରୁଛି । ମାତ୍ର କିଛିଦିନର ବ୍ୟବଧାନ ପରେ ଲୋକଙ୍କ ହାତରେ ପୁଣି ପଲିଥିନ ଦେଖିବାକୁ ମିଳୁଛି ।
ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି । ଲୋକସେବା ଭବନ, ରାଜ୍ୟ ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ପଲିଥିନ ବାରଣ କରାଯାଇଛି । କର୍ମଚାରୀଙ୍କୁ ପ୍ଲାଷ୍ଟିକ ପାଣି ବୋତଲ ଧରି କାର୍ଯ୍ୟାଳୟକୁ ଆସିବା ପାଇଁ ମନା କରାଯାଇଛି ।
ତଥାପି କିଛି ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।