ଡାଲି ଆମ ଶରୀର ପାଇଁ ଅତ୍ୟନ୍ତ ଦରକାରୀ । ଭାତରେ ଡାଲି ଗୋଳାଇ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି ।
ଅଧିକାଂଶ ଲୋକଙ୍କ ମତରେ ଡାଲିରେ ଅଧିକ ପରିମାଣର ପ୍ରୋଟିନ ରହିଛି । ଏମିତି ଏକ ଭ୍ରାନ୍ତ ଧାରଣା ଆମ ସମସ୍ତଙ୍କ ମନରେ ରହିବା ସ୍ୱାଭାବିକ ।
ପିଲାଟି ଦିନରୁ ମା’ ବାପାଙ୍କ ନିକଟରୁ ଶୁଣିଥିବା କଥା ଓ ଶିଖିଥିବା କାମ ଆମ ମନକୁ ଏମିତି ବାନ୍ଧି ଦେଇଥାଏ ଯାହାକୁ ଭୁଲିଯିବା ଅସମ୍ଭବ ।
ଡାଲିରେ ମାମୁଲି ପରିମାଣର ପ୍ରୋଟିନ ରହିଥାଏ । ଆମ ଶରୀରକୁ ନିୟମିତ ୨୪ ଗ୍ରାମ ପ୍ରୋଟିନ ଦରକାର । ୨୪ ଗ୍ରାମ ପ୍ରୋଟିନ ପାଇବାକୁ ହେଲେ ଆମକୁ ନିୟମିତ ୪/୫ ଗିନା ଡାଲି ଖାଇବାକୁ ପଡ଼ିବ ।
୧୦୦ ଗ୍ରାମ କଂଚା ଡାଲିରେ ୨୪ ଗ୍ରାମ ପ୍ରୋଟିନ ରହିଥାଏ, ମାତ୍ର ୧୦୦ ଗ୍ରାମ କଂଚା ଡାଲିକୁ ରାନ୍ଧି ଦିଆଗଲେ, ସେଥିରୁ ପ୍ରୋଟିନ ପରିମାଣ କିଛି ମାତ୍ରାରେ କମିଯାଏ ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୭/୮ ଜଣ ସଭ୍ୟବିଶିଷ୍ଟ ପରିବାର ପାଇଁ ୧୦୦ ଗ୍ରାମ ଡାଲି ରନ୍ଧା ଯାଇଥାଏ ।
ତେଣୁ ଆପଣ ଅନୁମାନ କରନ୍ତୁ, ୨୪ ଗ୍ରାମ ପ୍ରୋଟିନ୍ ପାଇବା ପାଇଁ ଆପଣ କେତେ ପରିମାଣର ଡାଲି ଖାଇବେ?
କେବଳ ଡାଲି ଖାଇଦେଲେ ଆପଣଙ୍କ ଶରୀରକୁ ଯଥେଷ୍ଟ ପରିମାଣର ପ୍ରୋଟିନ ମିଳିବନି, ଡାଲି ସାଙ୍ଗରେ ଘିଅ, ଛେନା, ଅଣ୍ଡା ଭଳି ଖାଦ୍ୟ ଖାଇବାକୁ ପଡ଼ିବ ।
ଡାଲିରେ ଆମିନୋ ଏସିଡ୍ ନଥାଏ, ଆମିନୋ ଏସିଡ୍ ବିନା ଡାଲି ଆମ ପାଇଁ ଅଦରକାରୀ ।