କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି ।
କ’ଣ କହୁଛି ଗବେଷଣା?
ଆକ୍ୟୁପ୍ରେସର ଅନୁସାରେ, ତାଳି ମାରିବା ଦ୍ୱାରା ସବୁ ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ ।
ନିୟମିତ ତାଳି ବଜାଇବା ଦ୍ୱାରା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ପେଟରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି , ତାଳି ବଜାଇବା ଦ୍ୱାରା ଏହା ଭଲ ହୁଏ ।
ନିୟମିତ ୩୦ ମିନିଟ୍ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ତାଳି ବଜାଇବା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍ ଭଲ ହୋଇଥାଏ । ଏହା କୁନି ପିଲାଙ୍କ ଏକାଗ୍ରତା ଚଢାଇବାରେ ସାହାଯ୍ୟ କରେ ।