ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି

ଧାମନଗର: ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ । ଏହା ସହ ଅକ୍ଟୋବର ୧୭ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ବୋଲଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ହେବ । ୬ରେ ଗଣତି ଓ ଫଳାଫଳ ଘୋଷଣା ହେବ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବାପରେ ଏନେଇ ରାଜ୍ୟ ସରକାର ନିର୍ବାଚନ କମିଶନରଙ୍କୁୂ ଅବଗତ କରାଇଥିଲେ । ଯାହା ଫଳ ସ୍ୱରୁପ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ଉପନିର୍ବାଚନ ପାଇଁ ତିନିଦଳ ନିଜ ନିଜର କସରତ ଆରମ୍ଭ କରିସାରିଛନ୍ତି । କହିବାକୁ ଗଲେ ବିଜେଡି ଆଜି ଯାଏଁ କୌଣସି ଉପନିର୍ବାଚନ ହାରି ନାହିଁ ତେଣୁ ଏହି ଉପନିର୍ବାଚନ କିପରି ହାତେଇବ ତାହା ଉପରେ ସମ୍ପୂର୍ଣ୍ଣ ଫୋକସ କରିଛି । ସେପଟେ ବିଜେପି ମଧ୍ୟ ତାର ସାମରସଜ୍ଜା ଆରମ୍ଭ କରି ଦେଇଛି । କୌଣସି କାରଣରୁ ବିଜେପି ତାର ଏହି ଆସନ ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ ।ଏହା ପାଇଁ ଦଳ ଖୁବ ପ୍ରୟାସ କରିବା ସହିତ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ପ୍ରମାଣ କରିଛି ।