ହାତର ରେଖାରୁ ମଣିଷର ଭାଗ୍ୟ ନିରୂପଣ କରାଯାଏ । ହସ୍ତରେଖା ଶାସ୍ତ୍ର ଅନୁସାରେ ଏହି ରେଖା ମଣିଷର ଭାଗ୍ୟକୁ ବଦଳାଏ ନଚେତ୍ ତଳିତଳାନ୍ତ କରିଦିଏ । ଆଜି ଆମେ ଏଭଳି ଏକ ରହସ୍ୟମୟୀ ରେଖା ସମ୍ପର୍କରେ ଜଣାଇବୁ ଯାହା ଆମର ଭାଗ୍ୟ ସହିତ ଯୋଡ଼ି ହୋଇରହିଛି । ଉକ୍ତ ରେଖାକୁ ‘ମିଷ୍ଟିକ୍ କ୍ରସ’ ବା ‘ରହସ୍ୟ ଛକ’ କୁହାଯାଏ । ହାତରେ କେଉଁ ସ୍ଥାନରେ ‘ରହସ୍ୟ ଛକ’ ଥିଲେ, ମଣିଷ ଜୀବନକୁ କିଭଳି ବଦଳାଏ, ତାହା ଜଣାଉଛୁ । ଯେଉଁ ଲୋକଙ୍କ ହାତରେ ‘ରହସ୍ୟ ଛକ’ ଦେଖିବାକୁ ମିଳେ; ସେମାନେ ସାଧାରଣତଃ ଧାର୍ମିକ ସ୍ୱଭାବର; ଅନ୍ୟର ସୁଖଦୁଃଖରେ ସହଭାଗୀ ହୁଅନ୍ତି । ସମସ୍ତଙ୍କ ପ୍ରତି ଉଦାର ମନୋଭାବ ପ୍ରଦର୍ଶନ କରନ୍ତି । ବିପଦଗ୍ରସ୍ତ ଲୋକଟିକୁ ଶକ୍ତି ମୁତାବକ ସାହାଯ୍ୟ କରିଥାନ୍ତି । କଳିଯୁଗରେ ଏପରି ଲୋକ ମିଳିବା ବିରଳ ପ୍ରାୟ । ଏଭଳି ଲୋକ କେବେ ଅନ୍ୟ ଲୋକଙ୍କ କାମରେ ହସ୍ତକ୍ଷେପ କରନ୍ତି ନାହିଁ । କାହାକୁ ବିପଦରେ ପକାନ୍ତି ନାହିଁ ।
ଏଭଳି ଲୋକ ସମାଜରେ ବହୁତ ଉଚ୍ଚସ୍ଥାନକୁ ଯାଇଥାନ୍ତି । ଜୀବନରେ ଧନ ଓ ସାମାଜିକ ପ୍ରତିଷ୍ଠା ଆକସ୍ମିକ ପାଇଥାନ୍ତି । ଏମାନଙ୍କ ଉପରେ ଦେବଗୁରୁ ବୃହସ୍ପତିଙ୍କର କୃପା ଥିବାରୁ ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି । ଯେକୌଣସି ଲୋକକୁ ଦେଖି ତା’ର ଚରିତ୍ର ଓ ସ୍ୱଭାବ ପଢ଼ିପାରନ୍ତି । ଏହି ଲୋକଙ୍କ ଆକର୍ଷଣୀୟ କଥା ଓ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ । ଏମାନଙ୍କ ସୃଜନଶୀଳତାକୁ ଅନ୍ୟମାନେ ଉଚ୍ଚ ପ୍ରଶଂସା କରିବାକୁ ବାଧ୍ୟ ହୁଅନ୍ତି ।