ଅପରାଧୀଙ୍କୁ ଛାଡ଼, ଚାକିରୀ ଆଶାୟୀଙ୍କୁ ମାଡ଼

ବିହାର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତି ଦାବି କରି….

ପାଟନା: ବିହାର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତି ଦାବି କରି ଆଶାୟୀମାନେ ଡାକ ବଙ୍ଗଳା ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା ବେଳେ ପୁଲିସ ସେମାନଙ୍କୁ ଲାଠିମାଡ଼ ଓ ପାଣିମାଡ଼ କରିଛି । ପୁଲିସର ଦମନଲୀଳାକୁ ବିଭିନ୍ନ ସ୍ତରରେ କଡ଼ା ନିନ୍ଦା କରାଯାଇଛି । ବିକ୍ଷୋଭରେ ସାମିଲ ଲୋକଙ୍କ ଭିତରେ ଅଧିକାଂଶ ସିଟିଇଟି ଓ ବିଟିଇଟି ପାସ୍‌ କରିଛନ୍ତି । ବିକ୍ଷୋଭକାରୀମାନେ କହିଛନ୍ତି, ନୀତୀଶ କୁମାରଙ୍କ ସରକାର ବିଜ୍ଞାପନ ପ୍ରକାଶ କରିବା ପରେ ଶିକ୍ଷକ ପଦବୀ ପୂରଣ କରିବାର ନାଁ ଧରୁନାହାନ୍ତି । ଅ।।ରଜେଡି ବିରୋଧୀ ଆସନରେ ଥିଲାବେଳେ ସରକାର ଭାଙ୍ଗିବା ପରେ ନିଯୁକ୍ତି ତ୍ୱରାନ୍ୱିତ କରାଯିବ ବୋଲି କହୁଥିଲା । ଏବେ ଆରଜେଡି ନେତା ଉପ-ମୁଖ୍ୟମନ୍ତ୍ରୀ ପଦବୀରେ ବସିବା ପରେ ଲାଠିମାଡ଼ କରୁଛନ୍ତି । ୨୦୧୯ରୁ ସରକାର ଶିକ୍ଷକ ନିଯୁକ୍ତି କରିନାହାନ୍ତି କି କେବେ କରିବେ ସେ ସମ୍ପର୍କରେ ପଦୁଟେ କହୁନାହାନ୍ତି । ସରକାରଙ୍କ ନିରବତା ଚାକିରି ଆଶାୟୀଙ୍କୁ ହତାଶ ଭିତରକୁ ଠେଲିଦେଇଛି ।

ପୁଲିସ ଓ ଏଡିଏମ୍‌ଙ୍କ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛି ବିଜେପି । ବିଜେପି ନେତା ଶେହଜାଦ ଜୟ ହିନ୍ଦ କହିଛନ୍ତି, ଆରଜେଡି ଦୋ ମୁହାଁ ନୀତି ଆପଣାଇଛି । ନୀତୀଶଙ୍କ ସରକାର ଅପରାଧୀଙ୍କୁ କ୍ଷମା କରିଦେଉଛି । ମାତ୍ର ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ଲାଠିମାଡ଼ ଦେଉଛି ।