* ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପ ି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।
* ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ । ଆପଣ ଜୀବନରେ ଯଦି ସମସ୍ୟା, କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ \”ଓଁ ହନୁମନ୍ତେ ନମଃ\’ ମନ୍ତ୍ର ଜପ କରନ୍ତୁ ।
* ଧାର୍ମିକ ମାନ୍ୟତା ଅନୁଯାୟୀ, ଉ ମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ । ନିୟମିତ \”ଓଁ ନମଃ ଶିବାୟ\’ ମନ୍ତ୍ର ଜପ କରିବା ଦ୍ୱାରା ଉ ମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ । ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ ।
* ବହୁ ସମସ୍ୟରେ ଏପରି ହୋଇଥାଏ ବ୍ୟକ୍ତିଙ୍କୁ ବିଶ୍ୱାସଘାତକତା ଓ କାର୍ୟ୍ୟରେ ବାରମ୍ବାର ଅସଫଳତା ମିଳିଥାଏ । ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିୟମିତ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏହି ମନ୍ତ୍ରର ଲାଭଦାୟକ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ।
* ନିଜ ଘରର ଦ୍ୱାରକୁ କଦାପି ଗୃହର ବାହାର ଆଡ଼କୁ ଖୋଲନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଘରର ସକରାତ୍ମକ ଶକ୍ତି ହ୍ରାସ ପାଇଥାଏ ।
* ଘରର ଭିତରକୁ ଯେପରି ପ୍ରଚୁର ପରିମାଣରେ ସୂର୍ୟ୍ୟୋଲୋକ ଆସିପାରୁ ଥିବ, ସେଭଳି ବ୍ୟବସ୍ଥା କରନ୍ତୁ । ଏଭଳି କରିବା ଦ୍ୱାରା ପରିବାର ସଦସ୍ୟ ରୋଗଗ୍ରସ୍ତ ହୋଇନଥାଆନ୍ତି ଓ ଘରେ ସର୍ବଦା ସୁଖର ବାତାବରଣ ରହିଥାଏ ।
* ସକାଳ ହେବା ମାତ୍ରେ ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ । ଅହରାହ୍ନ ସମୟରେ ଝରକା ବନ୍ଦ ରଖନ୍ତୁ ।
* ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ ।
* ଘରର ଭିତରେ ବିଭିତ୍ତ ପ୍ରକାର ଜାଲ ହୋଇଥିଲେ ଏହାକୁ ସଫା କରି ଦିଅନ୍ତୁ ।
* ଘରେ କୌଣସି ପ୍ରକାରର ଭଙ୍ଗାତୁଟା ଦ୍ରବ୍ୟ ରଖନ୍ତୁ ନାହିଁ ।
* ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫା ରଖନ୍ତୁ ।
* ଗାଧୁଆ ଘର ଅଯଥାରେ ଖୋଲା ରଖନ୍ତୁ ନାହିଁ ।
* ଗୃହର ଅଗଣାରେ ତୁଳସୀର ବୃକ୍ଷ ନିଶ୍ଚୟ ଲଗାନ୍ତୁ । ଏହା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର କରିଥାଏ ।
* ରୋଷେଇ ଘରେ ଔଷଧ ଆଦୌ ରଖନ୍ତୁ ନାହିଁ ।