ମଙ୍ଗଳବାର ରାଶିଫଳ: ଏହି ଲୋକେ ହେବେ ଭାଗ୍ୟବାନ, ମିଳିବ ସଫଳତା

ମଙ୍ଗଳବାର ରାଶିଫଳ,ଏହି ଲୋକେ ହେବେ ଭାଗ୍ୟବାନ

ସର୍ବେ ଭବନ୍ତୁ ସୁଖିନଃ ..

ମେଷ- ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁମିଥୁନ ସେମାନେ ସତର୍କ ହେବେ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସଜାଡିନେବେ । ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ କରିବେ । ଆଜୀରଦିନଟି ସତର୍କରେ ଚାଲନ୍ତୁ । ଆର୍ଥିକ ସ୍ଥିତି ବିଗିଡ଼ିଯିବାର ସମ୍ଭାବନା।

ବୃଷ- କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହ-ଯୋଗରୁ ଉପକୃତ ହେବେ । ଆଜି ହଠାତ୍ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ବିବାଦୀୟ ପରିସ୍ଥିତି ହେତୁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢିଯିବ ।

ମିଥୁନ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବତା’ ଠାରୁ ଅଧିକ ବଦଖର୍ଚ୍ଚ ହେବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତ ରହିବୋସ୍ଥଗିତ କାମ ସମ୍ପନ୍ନ ସକାଶେ ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ ମଧ୍ୟ ଚାପର ସମ୍ମୁଖୀନ ହୋଇପାରନ୍ତି ।

କର୍କଟ- ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସୁଫଳ ପାଇବେ। ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ନିଶ୍ଚିତ ସ୍ୱର୍ଶ କରିବେ । ଉପରିସ୍ଥଙ୍କ କଡା ତାଗିଦ୍ ହେତୁ ଅଫିସିଆଲି ଟେନସନ୍ କିଛି ମାତ୍ରାରେ ଲାଗି ରହିବ ।

ସିଂହ- ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ଦୂରେଇ ଯିବେ। ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରି କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଭାବେ କାହାର ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡିପାରେ । କ୍ରୀଡା, ସଙ୍ଗିତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବା

କନ୍ୟା- କାର୍ଯ୍ୟ ହାସଲ ସକାଶେ ଅନ୍ୟ ଉପରେ ଦାୟିତ୍ୱ ନ୍ୟସ୍ତ କରି ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ । କଠିନ ଶ୍ରମ ଜନିତ ସାମାନ୍ୟ ଶାରିରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ନିକଟ ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ହେତୁ କାର୍ଯ୍ୟ ଅଟକି ରହିଯାଇପାରୋ

ତୁଳା- କାମଗୁଡିକ ଆଜି ସନ୍ତୋଷଜନକ ହେବ ନାହିଁ । ଋଣ ପରିଶୋଧ ପାଇଁ ବ୍ୟାକୁଳ ହେଲେ ମଧ୍ୟ ନିରୂପାୟ ରହିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତିା

ବିଛା- ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍ ଚିନ୍ତାରେ ଆକ୍ରାନ୍ତ ହେବ । ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରୋ

ଧନୁ-ମନରେ ଭୟଆଶଙ୍କା ଥିଲେ ମଧ୍ୟ ମୁହଁ ଟାଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କାରିବାରେ ସଫଳ ହେବେ । କୌଣସି ଲୋକର ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ନେଇ ଆସିବୋ

ମକର- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ଓ ବ୍ୟୟ କମ୍‌ ରହିବ ଏବଂ ସମସ୍ତ କର୍ମରୁ ଖର୍ଚ୍ଚକାଟ୍‌ର ବ୍ୟବସ୍ଥା କରିବେ। ଆଜି ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବୋ

କୁମ୍ଭ- ଆଜି ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ରହିବେ । କଳା,ସାହିତ୍ୟ ଓ ସଙ୍ଗିନ କ୍ଷେତ୍ରରେ ପୂର୍ବ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ । କାର୍ଯ୍ୟ ଦକ୍ଷତା ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ।

ମୀନ- ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ଅଧିକ ସୁଫଳ ପାଇବେ। ଅଫିସରେ ସାଧାରନ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ । ରେବତି ନକ୍ଷତ୍ର ଆର୍ଥିକ ସ୍ୱଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବୋ