ତ୍ୱଚା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ, ଏହି ସବୁ ନିୟମ

ତ୍ୱଚା ପାଇଁ ଏହି ଜିନିଷ ବ୍ୟବହାର କରିବା ଦ୍ୱାରା…

ତ୍ୱଚା ପାଇଁ ଏହି ଜିନିଷ ବ୍ୟବହାର କରିବା ଦ୍ୱାରା ମୁହଁ କୋମଳ ହେବା ସହ ଚମକ ବୃଦ୍ଧି ପାଇଥାଏ। ବଜାରରେ ବିଭିନ୍ନ ପ୍ରକାର ସ୍କ୍ରବ ବିକ୍ରି ହୋଇଥାଏ। ମାତ୍ର ଆପଣ ଘରୋଇ ଉପାୟରେ ମଧ୍ୟ ସ୍କ୍ରବ ପ୍ରସ୍ତୁତ କରି ପାରିବେ। ପ୍ରଥମେ କଦଳୀକୁ ଭଲ ଭାବେ ଚକଟି ଏଥିରେ ସାମାନ୍ୟ ପାଣି ଓ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ନିଜ ମୁହଁ ଓ ହାତରେ ଲଗାଇ ୧ହ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।

ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟି ଏଥିରେ ଦହି, ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରନ୍ତୁ। ୧୦ ମିନିଟ ମୁହଁରେ ଭଲରେ ମାଲିସ କରି କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଓଟସ୍‍ କୁ ସାମାନ୍ୟ ପେଷି କଟା ଟମାଟୋରେ ଏହି ଓଟସ୍‍ କୁ ରଖି ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହା ମୁହଁର ବିଭିନ୍ନ ଦାଗ ଦୂର ସହ ମୁହଁକୁ କୋମଳ କରିଥାଏ।