ଏନକାଉଣ୍ଟରରେ ଜଣେ ଆତଙ୍କୀ ସଫା

ଜାମ୍ମୁ-କଶ୍ମୀର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଭାରତୀୟ….

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଭାରତୀୟ ସେନା କଡା ନଜର ରଖିଛି । ଜାମ୍ମୁ-କଶ୍ମୀରର କୁପବାଡା କର୍କ ତଙ୍ଗଧାର ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟାକୁ ଭାରତୀୟ ସେନା ବିଫଳ କରିଦେଇଛି । ହେଲେ ଅପରେସନ ଜାରି ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ସେନାର ଯବାନ ଫାୟରିଂ କରିଥିଲେ । ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଯାଇଛି ।