ଅରୁଣାଚଳ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତ…

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଆଜିଠାରୁ ୨୨ ପର୍ଯ୍ୟନ୍ତ ତାଙ୍କର ପୁର୍ବୋତ୍ତର ରାଜ୍ୟରେ ଦୁଇ ଦିନିଆ ଯାତ୍ରା ସମୟରେ ସେ ସାମୁହିକ କାର୍ଯ୍ୟକ୍ରମରେ ଭାଗନେବା ସହିତ ବିଭିନ୍ନ ବିକାସ ଯୋଜନାର ଉଦଘାଟନ କରିବେ । ଗୃହ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଦେଶର ଅଭ୍ୟନ୍ତରିଣ ସୁରକ୍ଷା ଓ ସୀମା ସୁରକ୍ଷା ପାଇଁ ବିଭିନ୍ନ ସମ୍ବେଦନ ଶୀଳ ଅଞ୍ଚଳରେ ନିୟୋଜିତ ଅଛନ୍ତି । ସେହିପରି ଯାତ୍ରାର ପ୍ରଥମ ଦିନ ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଥିବା ତିରପ ଜିଲ୍ଲାରେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ପରେ ଲୋହିତ ଜିଲ୍ଲାରେ ଥିବା ପର୍ଶୁରାମ କୁଣ୍ଡ ଯାତ୍ରା କରିବେ ।

ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶର ନାମସାଇ ସହରରେ ସାମାଜିକ ସଙ୍ଗଠନ ସହିତ ବୈଠକ କରିବେ । ଏହାପରେ ସେଠାରେ ଥିବା ଗୋଲଡେନ ପାଗୋଡ଼ା ମନ୍ଦିରରେ ପୂଜା କରିବା ପରେ ଏକ ଜନସଭା ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାର କାଯ୍ୟକ୍ରମ ରହିଛି । ଏହାପରେ ସୁରକ୍ଷା ଓ ବିକାସ ଓ ପରିଯୋଜନାର ସମୀକ୍ଷା କରିବେ । ସେହିପରି ସେଠାରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମପରେ ମଧ୍ୟ ସେ ଭାଗ ନେବେ ବୋଲି ଜଣାପଡିଛି ।