ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର

ଦେଶରେ ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ : ଦେଶରେ ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ ସିଲିଣ୍ଡର । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟକୁ ୩ ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି । ପୂର୍ବରୁ ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଫଳରେ ଗୋଟିଏ ମାସ ମଧ୍ୟରେ ଗ୍ୟାସ୍‌ ସିଲିଣ୍ଡରର ଦୁଇଥର ମୂଲ୍ୟବୃଦ୍ଧି ଘଟିଛି । ବର୍ତ୍ତମାନ ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ ଦିଲ୍ଲୀରେ ୧୪.୨ କିଲୋ ଓଜନର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୧୦୦୩ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୦୨ ଟଙ୍କା, କୋଲକାତାରେ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୧୮.୫୦ ଟଙ୍କା ହୋଇଛି ।

ଅପରପକ୍ଷରେ ହୋଟେଲ ଓ ରେସ୍ତୋରାଁରେ ବ୍ୟବହୃତ ହେଉଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ମଧ୍ୟ ବ୍ୟୟସାପେକ୍ଷ ହୋଇପଡିଛି । ଦିଲ୍ଲୀରେ ଏଭଳି ସିଲିଣ୍ଡର ୨୩୫୪ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ମୁମ୍ବାଇରେ ଏହାର ମୂଲ୍ୟ ୨୩୦୬ ଟଙ୍କା, କୋଲକାତାରେ ୨୪୫୪ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ଟଙ୍କାରେ ଉପଲବ୍ଧ ହେଉଛି । ସେିହପରି ମେ’ ପହିଲାରେ ସରକାର କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୨ ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ ।