ଧମାଲ କରୁଛି କଙ୍ଗନାଙ୍କ ଫିଲ୍ମ ‘ଧାକଡ୍‌’

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ ପ୍ରେକ୍ଷାଳୟରେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ ପ୍ରେକ୍ଷାଳୟରେ ଧମାଲ କରୁଛି । ଏହି ଫିଲ୍ମରେ କଙ୍ଗନା ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକମାନେ ଫିଲ୍ମର କାହାଣୀକୁ ନେଇ ଖୁବ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲଙ୍କ ସହ ଦିବ୍ୟା ଦତ୍ତ ମଧ୍ୟ ନଜର ଆସିଛନ୍ତି । ଏହି ଫିଲ୍ମରେ ସବୁଠୁ ଅଧିକ ଆକ୍ସନ ସିନ ରହିଛି । ସେହିପରି ଏହି ଫିଲ୍ମ ପାଇଁ ହଲିଉଡରୁ ଏବଂ କୋରିଆରୁ ଏକ ଆକ୍ସନ ଟିମକୁ ଡକାଯାଇଥିଲା । ଏହା ବ୍ୟତୀତ କଙ୍ଗନା ତାଙ୍କ ଫିଲ୍ମକୁ ହଲିଉଡ ଫିଲ୍ମ ସହିତ ତୁଳନା କରିଛନ୍ତି ।