କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ…

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ୩୪ ବର୍ଷ ପୁରୁଣା ଗାଡି ପାର୍କିଂ ମାମଲାରେ ଆଜି ପଟିୟାଲା ସେସନ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଉକ୍ତ ମାମଲାରେ ଗତକାଲି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସିଦ୍ଧୁ ଆତ୍ମସମର୍ପଣ କରିବା ପାଇଁ ସମୟ ଦେବା ପାଇଁ ସୁପ୍ରିମକୋର୍ଟକୁ ଅନୁରୋଧ କରିଥିଲେ । ଏନେଇ ଜଷ୍ଟିସ ଏ ଏମ ଖାନବିଲକରଙ୍କ ବେଞ୍ଚ ଶୁଣାଣୀ ପାଇଁ ମୁଖ୍ୟ ବିଚାରପତି ଏନ ବୀ ରମନାଙ୍କ ପାଖକୁ ଯିବାକୁ କହିଥିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ବୀ ରମନା କିନ୍ତୁ ଆଜି କୌଣସି ମାମଲା ଶୁଣିବାକୁ ମନା କରିଦେବାରୁ ଶୁଣାଣୀ ହୋଇପାରିଲା ନାହିଁ । ସେଥିପାଇଁ ସିଦ୍ଧୁ ପଟିୟାଲା ସେସନ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।