ପାକିସ୍ତାନ ଉପରେ ଏବେ ଚୀନର ନଜର!

ପାକିସ୍ତାନରେ ସୈନ୍ୟ ଶିବିର କରିବା ପାଇଁ ଇସଲାମାବାଦ ଉପରେ ଚାପ ପକାଉଛି ଚୀନ…

ନୂଆଦିଲ୍ଲୀ: ପାକିସ୍ତାନରେ ସୈନ୍ୟ ଶିବିର କରିବା ପାଇଁ ଇସଲାମାବାଦ ଉପରେ ଚାପ ପକାଉଛି ଚୀନ । ସୂଚନାଯୋଗ୍ୟ ଯେ ଲାହୋରର ଏକ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ଘଟଣାରେ ୩ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ପାକିସ୍ତାନରେ ବହୁ ସଂଖ୍ୟାରେ ଚୀନ ନାଗରିକ ସିପିଇସି ପ୍ରକଳ୍ପରେ ନିୟୋଜିତ ଅଛନ୍ତି । ପାକିସ୍ତାନରେ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଚୀନ ଲଗାତାର ଦାବି କରିଆସୁଛି । ଏକ ରିପୋର୍ଟ ଅନୁସାରେ, ସିପିଇପି ପ୍ରୋଜେକ୍ଟର ଋଣକୁ ଫେରାଇ ନେବାର ପ୍ରତିଶ୍ରୁତି ଦେଇ ପାକିସ୍ତାନକୁ ରାଜି କରାଇବାକୁ ଚୀନ ପ୍ରାୟସ କରୁଛି ।

ସେହିପରି ସିପିିଇସି ପ୍ରକଳ୍ପକୁ ନେଇ ପାକିସ୍ତାନରେ ଜୋରବାର ବିରୋଧ କରାଯାଉଛି । ଅନ୍ୟପକ୍ଷରେ ୬୦ ବିଲିୟନ ଡଲାରରେ ନିର୍ମାଣ ହେଉଥିବା ଚୀନ ପାକିସ୍ତାନ ସିପିଇସି ପ୍ରୋଜେକ୍ଟକୁ ଟାର୍ଗେଟ କରି ବହୁ ଆକ୍ରମଣ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିପିଇସି ପ୍ରୋଜେକ୍ଟ ଜରିଆରେ ୩୦୦୦ କିଲୋମିଟର ଲମ୍ୱର ଭିତ୍ତିଭୂମି ନିର୍ମାଣ କରୁଛି ବେଜିଂ ।