ଜେଲରୁ ମୁକ୍ତ ହେଲେ ଇନ୍ଦ୍ରାଣୀ

ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଜେଲରୁ ମୁକ୍ତ…

ମୁମ୍ବାଇ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଜେଲରୁ ମୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୬ ବର୍ଷ ହେବ ଜେଲରେ ଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟ ଇନ୍ଦ୍ରାଣୀଙ୍କୁ ଜାମିନ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେବାର ଗୋଟିଏ ଦିନ ପରେ ଇନ୍ଦ୍ରାଣୀ ମୁଖାର୍ଜୀ ବାଇକୁଲା ଜେଲରୁ ପଦାକୁ ବାହାରିଛନ୍ତି ।