ପାଦକୁ ସୁନ୍ଦର ରଖିବା ପାଇଁ ବ୍ୟବହାର କରନ୍ତୁ ଏହିସବୁ …

ଚେହେରା ର ସୁନ୍ଦରତା ଯେତେ ଆବଶ୍ୟକ ହୋଇଥାଏ, ସେହିପରି ପାଦର….

ଚେହେରା ର ସୁନ୍ଦରତା ଯେତେ ଆବଶ୍ୟକ ହୋଇଥାଏ, ସେହିପରି ପାଦର ସୁନ୍ଦରତା ମଧ୍ୟ ଆବଶ୍ୟକ ହୋଇଥାଏ । କେତେକ ମହିଳାମାନେ ଚେହେରାକୁତ ସୁନ୍ଦର କରନ୍ତି କିନ୍ତୁ ପାଦ ର ଯତ୍ନ ନେବା ଅଣଦେଖା କରନ୍ତି । ଆପଣମାନେ ଜାଣିଥିବେ ଖରା, ମାଟି ଏବଂ ଧୂଳି ଯେତେ ମୁହଁରେ ପ୍ରଭାବ ପକାଏ ତାସହିତ ପାଦକୁ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ପାଦକୁ ସୁନ୍ଦର କରିବା ପାଇଁ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ ।

ଗରମ ଦିନରେ ଗୋଇଁଠି ବେଶି ଫାଟି ଥାଏ , ସେଇଥିପାଇଁ ଫାଟିଥିବା ଗୋଇଁଠି ଉପରେ ଗୋଟିଏ ଲେମ୍ବୁ ନେଇ ଘସି ଦିଅନ୍ତୁ । ତାପରେ ଉଷମ ପାଣିରେ ଗୋଟିଏ ଲେମ୍ବୁକୁ ଚିପୁଡ଼ି ସେଥିରେ ୨୦ ମିନିଟ ଯାଏଁ ପାଦକୁ ବୁଡ଼ାଇ ରଖନ୍ତୁ ।

ଗୋଟିଏ ଛୋଟ ବାଟିରେ ମୁଲତାନି ମାଟି ସହ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ତପରେ ସେ ମିଶ୍ରଣକୁ ଏକ ପତଳା ପରସ୍ତ କରି ପାଦରେ ବୋଳି ଦିଅନ୍ତୁ । ଏହା ଶୁଖିଗଲା ପରେ ଧୋଇଦିଅନ୍ତୁ । ଏହା କରିଲେ ପାଦରେ ଥିବା ଦାଗ ରହିନଥାଏ