ରୋଷେଇ ଘରେ ଭେଣ୍ଡି ଏକ ଅତି ପରିଚିତ ପରିବା। କେବଳ ନିଜର ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭେଣ୍ଡି ଖୁବ୍ ଲାଭଦାୟକ ପରିବା । ଭେଣ୍ଡିରେ ଭିଟାମିନ୍ ସି, ଏ, କେ, ବି-କମ୍ପ୍ଲେକ୍ସ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ପ୍ରଚୁର ପରିମାଣରେ ଫାଇବର୍ ଭରି ରହିଥାଏ। ନିୟମିତ ଭେଣ୍ଡି ଖାଇଲେ ଏହା ଅନେକ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଏଥିରେ ଥିବା ‘ମ୍ୟୁସିଲେଜ୍’ ପାଚନ ନଳୀକୁ ସଫା କରେ ଏବଂ ଅନ୍ତନଳୀ ସଫା ରଖିବାରେ ସାହାଯ୍ୟ କରେ। ଏହାଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ। ଭେଣ୍ଡି ଏକ ‘ପ୍ରି-ବାୟୋଟିକ୍’ ଭାବରେ କାମ କରେ। ଏହା ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପୋଷଣ ଯୋଗାଏ ।
ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ କୁ କମ୍ କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ଏହାକୁ ଖାଇବା ଦ୍ୱାରା ଧମନୀରେ ବ୍ଲକେଜ୍ ଆଶଙ୍କା କମ୍ ହୁଏ, ରକ୍ତଚାପ ନିୟନ୍ତ୍ରଣରେ ରୁହେ ।