ନୂଆଦିଲ୍ଲୀ: ଇରାନ ଆମେରିକା ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ଆମେରିକା ଦ୍ୱିତୀୟ ବୃହଦାକାର ଯୁଦ୍ଧ ବିମାନବାହୀ ଜାହାଜକୁ ଇରାନ ଉପକୂଳକୁ ପଠାଇଛି। ପ୍ରଥମ ଯୁଦ୍ଧ ଜାହାଜକୁ ସହାୟତା କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ଯୁଦ୍ଧ ଜାହାଜଟି ଯାତ୍ରା କରିଛି ବୋଲି ୱାଶିଂଟନ କହିଛି। ମାତ୍ର ପେଂଟାଗନ୍ ମାୟା ସମସ୍ତଙ୍କୁ ଅଗୋଚର ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହନ୍ତି। ମିଳିଥିବା ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଆମେରିକା ଇରାନ ସହିତ ଉତେଜନା କମ କରିବା ପାଇଁ ଜାରି କରିଥିବା କୂଟନୀତି ସତ୍ୱେ ମଧ୍ୟପ୍ରାଚ୍ୟରେ ସାମରିକ ସମ୍ପତିକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛି। ଟ୍ରମ୍ପ ଗୁରୁବାର ଦିନ ତାଙ୍କର ସାମାଜିକ ଗଣମାଧ୍ୟମରେ ମଧ୍ୟପ୍ରାଚ୍ୟରେ ଦ୍ୱିତୀୟ ବିମାନ ବାହକ ନିୟୋଜିତ କରିବାକୁ ପ୍ରସ୍ତୁତ କରୁଥିବା ଏକ ଲେଖା ସେୟାର କରିଛନ୍ତି। ଏହା ସହ ଏକ ଆମେରିକୀୟ ଖବରକାଗଜ ଆମେରିକୀୟ ଅଧିକାରୀଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଲେଖିଛି ଯେ ପେଂଟାଗନ୍ ସେନାକୁ ଏହି ଅଂଚଳରେ ନିୟୋଜିତ କରିବା ପାଇଁ ଏକ ବିମାନ ବାହକ ଷ୍ଟ୍ରାଇକ୍ ଗ୍ରୁପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ପରେ, ଏହି ମିଶନ ସହିତ ଜଡ଼ିତ ଜଣେ ବ୍ୟକ୍ତି ଏକ ନ୍ୟୁଜ୍ ଏଜେନ୍ସିକୁ କହିଥିଲେ ଯେ ବିଶ୍ୱର ସର୍ବବୃହତ ବିମାନ ବାହକକୁ କାରିବିଆନ୍ ସାଗରରୁ ମଧ୍ୟପ୍ରାଚ୍ୟକୁ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।