କୋଭାକ୍ସିନ ଉପରେ ପ୍ରତିବନ୍ଧକ ଲଗାଇଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ କୋଭାକ୍ସିନ ଉପରେ ଡବ୍ଲ୍ୟୁଏଚଓ ପ୍ରତିବନ୍ଧକ ଲଗାଇଛି । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ଡବ୍ଲ୍ୟୁଏଚଓ । ସୂଚନାଯୋଗ୍ୟ ଯେ, ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି ଦୂର କରିବା ଏହି ନିଷ୍ପତ୍ତି ନିଆଯାଇଛି ।

ଡବ୍ଲ୍ୟୁଏଚଓର ବୟାନ ଅନୁସାରେ ଭ୍ୟାକ୍ସିନ ପାଇଥିବା ଦେଶ ଗୁଡିକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଟିକା ପ୍ରଭାବୀ ଏବଂ ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ । କିନ୍ତୁ କମ୍ପାନୀ ଉତ୍ପାଦନ ସ୍ଥଗିତ ରଖିବା ଦ୍ୱାରା ଯୋଗାଣ ବାଧାପ୍ରପ୍ତା ହେବ । ମାର୍ଚ୍ଚ ୧୪ରୁ ୨୨ ଯାଏଁ ଡବ୍ଲ୍ୟୁଏଚଓ ପୋଷ୍ଟ ଏମରର୍ଜେନ୍ସି ୟୁଜ ଲିଷ୍ଟିଂର ଯାଞ୍ଚ ପରେ ଏହି ପ୍ରତିବନ୍ଧକ ଜାରି କରିଯାଇଛି ।

ଅନ୍ୟପକ୍ଷରେ ଭାରତ ବାୟୋଟେକ ବୟାନ ଜାରି କରି ନିଜର ସମସ୍ତ ଉତ୍ପାଦନ କେନ୍ଦ୍ରରେ କୋଭାକ୍ସିନର ଉତ୍ପାଦନକୁ ଅସ୍ଥାୟୀ ରୂପେ କମ କରିବାକୁ ଘୋଷଣା କରିଥିଲା । କମ୍ପାନୀ କହିଛି ଯେ, ଏଜେନ୍ସି ଗୁଡିକୁ ଯୋଗାଣ ପାଇଁ ଦିଆଯାଇବା ପ୍ରତିଶ୍ରୁତି ପୂରଣ କରାଯାଇଛି, ଆଗାମୀ ଦିନରେ ଏହାର ଚାହିଦା ମଧ୍ୟ କମିପାରେ । ଏପରି ସ୍ଥିତିରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।