ସାମ୍ନାକୁ ଆସିଲା ରଣବୀର-ଆଲିଆଙ୍କ ବିବାହ ତାରିଖ!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା ରଣବୀର କପୁର ଓ ଚୁଲ୍‌ବୁଲ୍‌ ଆଲିଆ ଭଟ୍ଟଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । ଏକ ରିପୋର୍ଟ ମୁତାବକ ରଣବୀର-ଆଲିଆ ଚଳିତମାସ ୧୭ ତାରିଖରେ ବିବାହ କରିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ବିବାହ କାର୍ଯ୍ୟକ୍ରମକୁ ନେଇ ଉଭୟ ପକ୍ଷରୁ ପ୍ରସ୍ତୁତ ହୋଇଥିଲେ ବି ସେମାନଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଉଭୟଙ୍କ ବିବାହ କୌଣସି ହୋଟେଲରେ ଆୟୋଜନ ହେବନାହିଁ । ରଣବୀରଙ୍କ ପୈତୃକ ଗ୍ରାମରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଜଣାପଡିଛି ଯେ ଉଭୟଙ୍କ ବିବାହ କାର୍ଯ୍ୟକ୍ରମରେ ଅତିଥି ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇଥିବା ଜଣାପଡିଛି ।