ମୁମ୍ବାଇ : ଡିସେମ୍ବର ୩୧ରେ ହେବାକୁ ଥିବା ଶାହିଦ କପୁରଙ୍କ ଫିଲ୍ମ ଜର୍ସିର ରିଲିଜ ତାରିଖ ଘୁଞ୍ଚା ଯାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରିଲିଜ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ଏହାର ନୂଆ ତାରିଖ ଘୋଷଣା ହେବ ।
ନିର୍ଦ୍ଦେଶକ ଗୌତମ ତିନ୍ନାଉରି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମୃଣାଲ ଠାକୁର ଫିମେଲ ଲିଡ୍ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଶାହିଦ ରଣଜୀ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ଏହା ନାନିଙ୍କ ତେଲୁଗୁ ଫିଲ୍ମର ଏହା ରିମେକ୍ ଅଟେ ।